ଖରାରେ ଯଦି ଗାଡ଼ି ରଖୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ; ପଡ଼ିବ ଏହି ପ୍ରଭାବ
ଆପଣ ଅଧିକାଂଶ ସମୟ ଖରାରେ ଗାଡ଼ି ରଖୁଛନ୍ତି କି? ତେବେ ସତର୍କ ହୋଇଯାଆନ୍ତୁ। କାହିଁକି ନା ଖରାରେ ଗାଡ଼ି ରଖିବା ଦ୍ଵାରା ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରଚଣ୍ଡ ଖରା ଆପଣଙ୍କ କାର ଉପରେ ଅନେକ କୁପ୍ରଭାବ ପକାଇଥାଏ। ଖରାର ଅତିବାଇଗଣି ରଶ୍ମି ଆପଣଙ୍କ କାରର ରଙ୍ଗ ଫିକା କରିଦେଇଥାଏ। ଯାହାଦ୍ୱାରା ଆପଣଙ୍କ କାର ଯେତେ ଦାମୀ ହୋଇଥିଲେ ବି ତାର ପେଣ୍ଟ ସାଇନ୍ ଚାଲିଯାଇଥାଏ।
ଏହାବ୍ୟତୀତ ଆପଣ ନିଜ କାରକୁ ଖରାରେ ପାର୍କ କରିବା ଦ୍ଵାରା କାର ଭିତର ଗ୍ୟାସରେ ଭର୍ତ୍ତି ହୋଇଯାଇଥାଏ। ଯାହାକି ମଧ୍ୟ ଆପଣଙ୍କ କାରକୁ କ୍ଷତି ପହଞ୍ଚାଇଥାଏ। ଯଦି ଏହି ଗ୍ୟାସର ମାତ୍ରା ଅଧିକ ବଢ଼ିଯାଏ ତେବେ ଆପଣଙ୍କ କାରର କାଚ କ୍ରାକ୍ ହୋଇପାରେ। ଆଉ ଏହାକୁ ଠିକ୍ କରିବା ପାଇଁ ଆପଣଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।
ଏହା ସହିତ କାର ଖରାରେ ରଖିବା ଦ୍ଵାରା ଆପଣଙ୍କ ୱାଇପର୍ ମଧ୍ୟ ଖରାପ ହୋଇଯାଇଥାଏ। ଖରା ଯୋଗୁ କାରର କାଚ ଗରମ ହୋଇଯାଇଥାଏ। ଫଳରେ କାଚରେ ଲାଗିରହିଥିବା ରବର (ୱାଇପର୍ ବ୍ଲେଡ୍) ଗୁଡ଼ିକ ଖରାପ ହୋଇଯାଇଥାଏ। ଫଳରେ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।
କାରକୁ କେମିତି ରଖିବେ ସୁରକ୍ଷିତ
ଯଥାସମ୍ଭବ ଆପଣଙ୍କ ଗାଡ଼ିକୁ ଖରାରେ ନ ରଖିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଖରାରେ ରଖୁଛନ୍ତି ତେବେ ଗାଡ଼ି ଉପରେ କଭର ପକାନ୍ତୁ।
ଗାଡ଼ିକୁ ଯଦି ଖରାରେ ରଖୁଛନ୍ତି ତେବେ କାର କାଚ ଉଭୟ ପଟ ଅଧ ଇଞ୍ଚ ଲେଖାଏଁ ଖୋଲା କରି ଲକ୍ କରନ୍ତୁ। ଫଳରେ ଆପଣଙ୍କ କାର ଆଉ ଗ୍ୟାସରେ ଭର୍ତ୍ତି ହେବ ନାହିଁ ଏବଂ ଆପଣଙ୍କ ଗାଡ଼ି କାଚ କ୍ରାକ ହେବାର ସମ୍ଭାବନା ମଧ୍ୟ କମିଯିବ।
ଏହା ସହିତ ୱାଇପରକୁ କାଚରୁ ଛଡ଼ାଇ ରଖନ୍ତୁ। ଫଳରେ ୱାଇପର ରବର୍ ଶୀଘ୍ର ନଷ୍ଟ ହେବ ନାହିଁ।
ଆହୁରି ପଢ଼ନ୍ତୁ: ପୃଥିବୀର ୫ ଭୟାନକ ସ୍ଥାନ; ଏବେବି ଅନୁଭୂତ ହୁଏ ପ୍ରେତାତ୍ମାର ସ୍ଥିତି