December 22, 2024
ପୃଥିବୀର-୫-ଭୟାନକ-ସ୍ଥାନ-ବିଶ୍ଵାସ - ଅବିଶ୍ଵାସ
Share this article

ପୃଥିବୀର ୫ ଭୟାନକ ସ୍ଥାନ, ଭୂତ, ପ୍ରେତାତ୍ମା ଆଦି ଶବ୍ଦକୁ ଆପଣଙ୍କ ମଧ୍ୟରୁ ଅନେକ ବିଶ୍ୱାସ କରୁଥିବେ ଓ ଅନେକ ଅବିଶ୍ବାସ ବି। କିନ୍ତୁ ବିଜ୍ଞାନ ଯୁଗରେ ଭୂତ ପ୍ରେତକୁ ଆଉ କେହି ବିଶ୍ଵାସ କରୁ ନଥିବା ବେଳେ ଦୁନିଆର ଏମିତି କେତେଗୁଡ଼ିଏ ଜାଗା ଅଛି, ଯେଉଁଠାରେ ଅନେକ ପ୍ରେତାତ୍ମାର ଉପସ୍ଥିତି ଅନୁଭବ କରିଥିବା ଦାବି କରନ୍ତି। ସେହିଭଳି ଆଉ କେତେଗୁଡ଼ିଏ ଭୟାନକ ସ୍ଥାନ ଅଛି ଯେଉଁଗୁଡିକୁ ସରକାରଙ୍କ ତରଫରୁ ନିଷେଦ୍ଧ କ୍ଷେତ୍ର ଭାବେ ମଧ୍ୟ ଘୋଷଣା କରାଯାଇଛି। ଆସନ୍ତୁ ଜାଣିବା ସେମିତି ୫ ଟି ଭୟାନକ ସ୍ଥାନ ବିଷୟରେ…

ଭାନଗଡ଼ କିଲ୍ଲା: ଭାରତର ରାଜସ୍ଥାନ ସ୍ଥିତ ଏହି ଦୁର୍ଗ ସବୁଠାରୁ ଭୟଙ୍କର ସ୍ଥାନ ଭିତରୁ ଗୋଟିଏ। ଏହି ସ୍ଥାନକୁ ପରିଭ୍ରମଣ ପାଇଁ ଅନେକ ପର୍ଯ୍ୟଟକ ଆସନ୍ତି କିନ୍ତୁ ସନ୍ଧ୍ୟା ପରେ ଏହି ସ୍ଥାନରେ କେହି ରୁହନ୍ତି ନାହିଁ। ସେମିତି ବି ସନ୍ଧ୍ୟା ପୂର୍ବରୁ ଏହି ସ୍ଥାନ ଛାଡ଼ି ଚାଲିଯିବାକୁ ସରକାରଙ୍କ ତରଫରୁ ମଧ୍ଯ ଚେତାବନୀ ଜାରି କରାଯାଇଛି। ଏହି ଦୁର୍ଗ ସଂପର୍କରେ ଅନେକ ରୋଚକ କାହାଣୀ ଶୁଣିବାକୁ ମିଳେ। କୁହାଯାଏ, ଜଣେ ତାନ୍ତ୍ରିକର ଅଭିଶାପ ଅନୁଯାୟୀ ଏହି ଦୁର୍ଗରେ ରାତି କଟାଉଥିବା ବ୍ୟକ୍ତିର ମୃତ୍ୟୁ ହୋଇଯାଏ ଏବଂ ଉକ୍ତ ତାନ୍ତ୍ରିକର ଆତ୍ମା ସେହି ଦୁର୍ଗ ଭିତରେ ବୁଲୁଥିବା କୁହାଯାଏ।

ହାଇଗେଟ କବରସ୍ଥଳ (ଶ୍ମଶାନ) : ଲଣ୍ଡନରେ ଥିବା ଏହି ଶ୍ମଶାନ ଦେଶର ଅନ୍ୟତମ ଭୟାନକ ସ୍ଥାନ। ଦୁନିଆର ସବୁଠାରୁ ବଡ଼ ଶ୍ମଶାନ ଭାବେ ଏହି ସ୍ଥାନ ଜଣାଶୁଣା ଥିବାବେଳେ କାର୍ଲ ମାର୍କସଙ୍କୁ ଏହିଠାରେ କବର ଦିଆଯାଇଥିବାରୁ ଏହି ସ୍ଥାନ ବିଶ୍ଵ ବିଖ୍ୟାତ। ୧୮୩୯ରେ ଆରମ୍ଭ ହୋଇଥିବା ଏହି ଶ୍ମଶାନରେ ପ୍ରେତାତ୍ମାଙ୍କ ଉପସ୍ଥିତି ଅନୁଭବ କରିଥିବା ଅନେକ ଦାବି କରନ୍ତି। ଏହି ସ୍ଥାନ ସେମିତି ବି ଦେଖିବାକୁ ଖୁବ୍ ଭୟଙ୍କର।

ବିଚ୍ ୱର୍ଥ ପାଗଳଖାନା: ପୃଥିବୀର ସବୁଠାରୁ ଭୟଙ୍କର ସ୍ଥାନ ବିଚ୍ ୱର୍ଥ୍ ପାଗଳଖାନା ଅଷ୍ଟ୍ରେଲିଆର ଭିକ୍ଟୋରିଆ ନାମକ ସ୍ଥାନରେ ଅବସ୍ଥିତ। ଏହି ସ୍ଥାନ ୧୮୬୭ରୁ ୧୯୯୫ ପର୍ଯ୍ୟନ୍ତ ଏକ ପାଗଳଖାନା ଅର୍ଥାତ୍ ପାଗଳଙ୍କ ଡାକ୍ତରଖାନା ଥିଲା। ଏଠାରେ ସମୁଦାୟ ୧୨୦୦ ରୋଗୀଙ୍କ ରହିବାର ବ୍ୟବସ୍ଥା ଥିଲା। କୁହାଯାଏ ଯେ ଏହି ପାଗଳଖାନାର ୧୩୦ ବର୍ଷର ଇତିହାସରେ ପ୍ରାୟ ୯୦୦୦ରୁ ଉର୍ଦ୍ଧ୍ବ ରୋଗୀ ମୃତ୍ୟୁବରଣ କରିଛନ୍ତି। ଲୋକଙ୍କ କହିବା ଅନୁଯାୟୀ, ଏଠାରେ ସେହି ମୃତ୍ୟୁବରଣ କରିଥିବା ରୋଗୀଙ୍କ ଆତ୍ମା ରହିଛି, ଯେଉଁଥିପାଇଁ ସେଠାକୁ ଯିବାକୁ ଲୋକ ଭୟ କରନ୍ତି।

ବୋର୍ଲେ ରେକ୍ଟରୀ: ଇଂଲଣ୍ଡ ସ୍ଥିତ ଏହି ସ୍ଥାନ ସବୁଠାରୁ ଭୟାନକ ଭୂତ କୋଠି ଭାବେ ଜଣାଶୁଣା। ଶୁଣିବାକୁ ମିଳେ ଯେ, ଏଠାରେ ଏକ ଚର୍ଚ୍ଚର ନନ୍ ଵୋର୍ଲେ ମଠର ଜଣେ ଭିକ୍ଷୁଙ୍କୁ ପ୍ରେମ କରୁଥିଲେ। ଏହା ଜଣାପଡିବା ପରେ ଉଭୟଙ୍କୁ ହତ୍ୟା କରାଯାଇଥିଲା। ଭିକ୍ଷୁଙ୍କୁ ଫାଶୀରେ ଝୁଲାଇ ଦିଆାଇଥିବାବେଳେ ନନ୍ ଙ୍କୁ ମଠର ଭୂତଳ କୋଠରୀରେ ପୋତି ଦିଆଯାଇଥିଲା।

ହ୍ୱାଇଟ ହାଉସ୍:

White House

ଆମେରିକାର ରାଷ୍ଟ୍ରପତିଙ୍କ ନିବାସ ସ୍ଥଳ ହ୍ଵାଇଟ ହାଉସ୍ ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? କିନ୍ତୁ ଏହା ସତ ଯେ ଏହାକୁ ଦୁନିଆର ଅନ୍ୟତମ ହଣ୍ଟେଡ ହାଉସ ବୋଲି ମଧ୍ୟ କୁହାଯାଏ। ଅନେକ ଲୋକଙ୍କ କହିବା ଅନୁଯାୟୀ, ଆମେରିକାର ୧୬ ତମ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ଙ୍କ ଆତ୍ମାର ଉପସ୍ଥିତି ଅନେକ ଥର ଏହି ହ୍ବାଇଟ ହାଉସରେ ଅନୁଭୂତ ହୋଇଛି। ରାଷ୍ଟ୍ରପତି ଲିଙ୍କନଙ୍କୁ ହ୍ୱାଇଟ୍ ହାଉସରେ ୧୮୬୫ରେ ଗୁଳି କରି ହତ୍ୟା କରାଯାଇଥିଲା। ରାଷ୍ଟ୍ରପତି ଗ୍ରେସ କୁଲିଜ୍ ଙ୍କ ପତ୍ନୀ କେଲୱିନ କୁଲିଜଙ୍କ କହିବା ଅନୁସାରେ, ସେ ଥରେ ହ୍ୱାଇଟ ହାଉସରେ ବସି ରାଷ୍ଟ୍ରପତି ଲିଙ୍କନଙ୍କ ହତ୍ୟା ଉପରେ ନିର୍ମିତ ଏକ ଟିଭି ପ୍ରୋଗ୍ରାମ ଦେଖୁଥିବା ସମୟରେ ଆବ୍ରହମ୍ ଲିଙ୍କନଙ୍କୁ ସେ ଘରର ଝରକା ପାଖରେ ଛିଡ଼ା ହୋଇଥିବା ଦେଖିଥିଲେ।